ବାଙ୍କୀ ଶିଶୁଆ ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବାଙ୍କୀ(କେନ୍ୟୁଜ୍) : ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଜଣେ ଗୁରୁତର। ବାଙ୍କୀ ଏନଏସି ଅନ୍ତର୍ଗତ ଶିଶୁଆ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଯାହା ଫଳରେ ଉଭୟେ ତଳେ ପଡି ଯାଇଥିଲେ। ଜଣଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଙ୍କୀ ଡାକ୍ତରଖାନାକୁ ଆଣା ଯାଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥା ଦେଖି ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ହେଲେ ବିଲିପଡା ପଞ୍ଚାୟତର ବରଗାଁର ବିଭୁନା ରାଉତ।