୨ ବାଳକ ଜୀବନ୍ତ ଦଗ୍ଧ, ବଲାକିରା ଗାଁରେ ଅଘଟଣ
କଣ୍ଟାମାଳ : ୨ ବାଳକ ଜୀବନ୍ତ ଦଗ୍ଧ । କଣ୍ଟାମାଳ ବାଉଁଶୁଣି ଥାନା ବଲାକିରା ଗାଁରେ ଅଘଟଣ । ଜଣେ ୮ ବର୍ଷ ଓ ଜଣେ ୫ ବର୍ଷର ବାଳକ । ସମ୍ପର୍କରେ ସେମାନେ ମାମୁ ଓ ଭଣଜା । ଆଜି ସନ୍ଧ୍ୟା ସମୟରେ ଶୀତରୁ ରକ୍ଷା ପାଇବା ପାଇଁ ପାଳ ଗଦାରେ ନିଆଁ ଲଗାଇଥିଲେ l ସଂପୂର୍ଣ୍ଣ ପାଳଗଦାରେ ନିଆଁ ଲାଗିଯିବାରୁ ସେମାନେ ଜଳିଯାଇଥିଲେ । ନିଆଁ ଲିଭିବା ବେଳକୁ ନାବାଳକ ମାମୁଁ ଭଣଜାଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ l ସେମାନଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।