ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମାଆ

ଚାନ୍ଦବାଲି: ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ ।  ଖୋଜି ଆଣିବାକୁ ମାଆର ଆକୁଳ ନିବେଦନ ।  ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାଲିଦାଣ୍ଡି ଗାଁର ଶରତ ନାୟକ ଓ ଶ୍ରୀମନ୍ତ ନାୟକ ଦାଦନ ଖଟିବାକୁ ଗୁଜରାଟ ଯାଇଥିଲେ ।  ଆଜକୁ ୧୦ ବର୍ଷ ବିତିଯାଇଥିଲେ ବି ସେମାନଙ୍କର କୌଣସି ଖୋଜ୍ ଖବର ନାହିଁ ।

କିଛି ବର୍ଷ ତଳେ ପୋଖରୀରେ ବୁଡି ଝିଅର ଜୀବନ ଯାଇଥିଲା ।  ଏବେ ଅସହାୟ ହୋଇପଡିଛନ୍ତି ମାଆ ରୁକୁଣା ।  ଦୁଇ ପୁଅଙ୍କୁ ଖୋଜି ଆଣିବାକୁ ପରିବାର ପକ୍ଷରୁ ପୀରହାଟ ଥାନାରେ ଅଭିଯୋଗ ଦିଆଯାଇଛି ।  ହେଲ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମା ରୁକୁଣା ।  ତୁରନ୍ତ ଦୁଇ ପୁଅଙ୍କୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ।

 

Also read: ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ୫ ବଖରା ଘର ପୋଡ଼ି ପାଉଁଶ