ସିସିଟିଭି ଲଗାଇବା କହି ୪ କୋଟି ଚୂନ ଲଗାଇଦେଲେ ଦୁଇ ମରାଠି ଭାଇ, ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହେଲେ ୪୦ରୁ ଉର୍ଦ୍ଧ୍ବ ଡିଲର 

ଭୁବନେଶ୍ବର(କେନ୍ୟୁଜ୍): ମହାରାଷ୍ଟ୍ରରୁ ଓଡିଶା ଆସି ଓଡ଼ିଆଙ୍କୁ ଚୁନା ଲଗାଇଲେ ଦୁଇ ଭାଇ । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ, ରାଜଧାନୀରେ ଚୁନା ଲଗାଇଛନ୍ତି ପାଖାପାଖି ୪ କୋଟି ଟଙ୍କା । ପାଖାପାଖି ୫୦ ଜଣ ଲୋକଙ୍କ ଠାରୁ ଏହି ଠକ ଜଣଙ୍କ ଗାୟବ ହୋଇଯାଇଛନ୍ତି । ବିଭିନ୍ନ ପ୍ରକାର ପ୍ଲାନରେ ଚୁନା ଲାଗାଇଥିବା ଏହି ଦୁଇ ଭାଇଙ୍କ ନାଁ ହେଉଛି ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହା ।

ସିସିଟିଭି ଲଗାଇବା ଆଳରେ ବିଭିନ୍ନ ଡିଲର ପଏଣ୍ଟ ରୁ କୋଟିକୋଟି ଟଙ୍କା ଠକି ନେଇଛନ୍ତି ଏହି ଫ୍ରଡ଼ ବ୍ରଦର୍ସ । ନିଟ ପରୀକ୍ଷା ବେଳେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କହି କୋଟି କୋଟି ଟଙ୍କା ଚଳୁ କରିଥିଲେ ଶାହା ବ୍ରଦର୍ସ । ଡିଲର ପଏଣ୍ଟକୁ ଦେଇଥିବା କୋଟି କୋଟି ଟଙ୍କାର ଚେକ ମଧ୍ୟ ବାଉଁସ୍ ହୋଇଛି । ଚେକି ବାଉଁସ ହେବା ପରେ ୪୦ରୁ ଉର୍ଦ୍ଧ୍ବ ଡିଲର ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଛନ୍ତି। ତେବେ ସେ ରହୁଥିବା ଖଣ୍ଡଗିରି ସ୍ଥିତ ଘରୁ ଦୁଇ ଭାଇ କେଉଁ ଆଡେ ଫେରାର ହୋଇଯାଇଛନ୍ତି। କେବଳ ସିସିଟିଭି ନୁହେଁ, ଲିଜରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ଚଳୁ କରିଦେଇଛନ୍ତି ଦୁଇ ଭାଇ । ଏହାଛଡା ସୁନ୍ଦରପଦାରେ ଥିବା ଆପାର୍ଟମେଂଟ ବିକିବାକୁ କହି ଅନେକଙ୍କୁ ଠକିଛନ୍ତି ଏହି 420 ଶାହା ବ୍ରଦର୍ସ ।