ହୋଲି ଖେଳିସାରି ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇଭାଇ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ପଟ୍ଟାମୁଣ୍ଡାଇ ଥାନା କେଶପୁର ପଂଚାୟତ ଦେବଳା ଗ୍ରାମରେ ହୋଲି ଖେଳି ସରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ହଠାତ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପଟ୍ଟାମୁଣ୍ଡାଇ(କେନ୍ୟୁଜ):  ସବୁଆଡେ ରଙ୍ଗର ଖେଳର ହୋଲିରେ ମସଗୁଲ ଥିବା ବେଳେ କିନ୍ତୁ ଆଜି ଅପରାହ୍ନରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କେଶପୁର ପଂଚାୟତ ଦେବଳା ଗ୍ରାମରେ ହୋଲି ଖେଳି ସରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ହଠାତ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଦୁଇ ଜଣ ହେଲେ ପଟ୍ଟାମୁଣ୍ଡାଇ ଥାନା ଦେବଲା ଗ୍ରାମର 43 ବର୍ଷୀୟ ସୁଜିତ ଦାସ ଓ 24 ବର୍ଷୀୟ ଚିନ୍ମୟ ଦାସ।  ଉଭୟ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣା ପଡିଛି।