ସୁନ୍ଦରଗଡ଼ : ସାମାନ୍ୟ ବଚସା ନେଲା ଉଗ୍ର ରୂପ । ରାସ୍ତା ଉପରେ ଯୁବକଙ୍କୁ ହାଣି ହତ୍ୟା କଲେ ୨ ଭାଇ । ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ହେଲେ ମନୋଜ ସା । ତାଙ୍କ ଘର ରତନପୁରରେ । ରାସ୍ତା ମଝିରେ ମୃତଦେହ ପଡିରହି ଥିବାବେଳେ ହତ୍ୟା ପରେ ୨ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
ସୂଚନା ଅନୁସାରେ ଆଜି ସକାଳେ ସେହି ଗ୍ରାମର ବିଜୟ ମହାନନ୍ଦିଆ ଓ ଦୁଲାମଣି ମହାନନ୍ଦିଆଙ୍କ ସହ ମନୋଜଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାର ପରିଣତି ହତ୍ୟାକାଣ୍ଡର ରୂପ ନେଇଛି । ୨ଭାଇ ଏକ ଭୁଜାଲି ଆଣି ଉକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ । ହତ୍ୟାକାଣ୍ଡ ପରେ ୨ଭାଇ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ।
ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ସନ୍ଦେହରେ ଜଣକୁ ଅଟକ ରଖିଥିବା ବାକି ଫେରାର ମାରିଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ କେଉଁ କାରଣରୁ ଗଣ୍ଡଗୋଳ ଘଟିଥିଲା । ତାର ମଧ୍ୟ ତଦନ୍ତ କରୁଛି ପୋଲିସ ।