ଯାଜପୁର: ସନା ମହାକୁଡ଼ଙ୍କ ଏଜେଣ୍ଟ କହି ଅଭିନବ ଉପାୟରେ ଠକୁଥିବା ଗ୍ୟାଙ୍ଗ୍ ସକ୍ରିୟ, ଦୁଇଜଣକୁ ଗିରଫ କଲା ପାଣିକୋଇଲି ପୋଲିସ

ଯାଜପୁର ରୋଡ(କେନ୍ୟୁଜ): ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ ହାତରେ ଧରାପଡ଼ିଲେ ଦୁଇ ଠକ ଅପରାଧି । ନିଜକୁ ଚମ୍ପୁଆର ପୂର୍ବତନ ବିଧାୟକ ସନା ମହାକୁଡ଼ଙ୍କ ଏଜେଣ୍ଟ କହି ଅଭିନବ ଉପାୟରେ ଟଙ୍କା ବଦଳାଇବା ନାଁ ରେ ସାଧାରଣ ଲୋକଙ୍କୁ ଠକି ଲୁଟୁଥିଲେ । ବିମୁଦ୍ରାକରଣ ସମୟରେ ବଡ ବଡ ବ୍ୟବସାୟୀଙ୍କ ପାଖରେ କୋଟି କୋଟି ଟଙ୍କା ପୁରୁଣା ନୋଟ ରହିଯାଇଛି ଓ ସେମାନେ ନୂଆ ନୋଟ ବଦଳରେ ଦୁଇ ଗୁଣା ପୁରୁଣା ନୋଟ ଦେଉଛନ୍ତି କହି ଲୋକ ମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ବିଭିନ୍ନ ଉପାୟରେ ଫୁସୁଲେଇ ଅର୍ଥ ହଡ଼ପ କରି ନେଉଥିଲେ

ଏ ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହେବା ପରେ ପାଣିକୋଇଲି ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଥିବାବେଳେ ସେମାନଙ୍କ ନିକଟରୁ 3ଟି ଟଙ୍କା ବାକ୍ସ, ମାରଣାସ୍ତ୍ର ଓ ଏକ ନମ୍ବର ବିହିନ କାର୍ ସହ 62ହଜାର ନଗଦ ଟଙ୍କା ଓ ସୁନା ଅଳଙ୍କାର, ମୋବାଇଲ ଓ ବ୍ୟାଙ୍କ ପାସବୁକ ଜବତ୍ କରିଛି । ଠକେଇରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଥିବା ଅତିରିକ୍ତ ଏସ୍ ପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.