ଘରୁ ଟାଣି ଆଣି ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

ବଣାଇ: ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା । ଘରୁ ଟାଣି ଆଣି ଦଳିଦେଲା ଦନ୍ତା । ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡା ରେଞ୍ଜର କଣ୍ଟାପାଲି ଗାଁର ମୁଣ୍ଡାସାହିରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ମାଆ ଓ ଦୁଇ ଝିଅ ଘର ଭିତରେ ଶୋଇଥିଲେ । ତେବେ ହାତୀ ଆସିବା ଖବର ପାଇବା ପରେ ମାଆ ଘର ବାହାରକୁ ଯାଇଥିବା ବେଳେ ହାତୀଟି ଭିତରେ ପଶି ଦୁଇ ଝିଅଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲଳିସ ଓ ବନ ବିଭାଗ ପହଞ୍ଚିଛନ୍ତି ।

ତେବେ ଦୁଇ ଶିଶୁଙ୍କୁ ହାତୀ ଦଳିଦେବାକୁ ନେଇ ଶୋକାକୂଳ ପରିସ୍ଥିତି ଦେଖାଯାଇଥିବା ବେଳେ ଗ୍ରାମବାସୀ ଉତ୍ତେଜନା ପ୍ରକାଶ କରିଛି । ବନବିଭାଗକୁ ଦୋଷ ଦେଉଛନ୍ତି । ହାତୀକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଥିବା ନେଇ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ପ୍ରତିଦିନ ଏଭଳି ଖବର ସାମ୍ନାକୁ ଆସୁଥିବା ବେଳେ ବନବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।