କୁଖ୍ୟାତ ନିଶା ବେପାରୀ ଅନିଲ ପାଣ୍ଡିର ୨କୋଟିର ସଂପତ୍ତି ! ଜବତ କରିବାକୁ କ୍ରାଇମବ୍ରାଞ୍ଚ ଏସଟିଏଫ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ନିଶା ମାଫିଆର ୨କୋଟିର ସଂପତ୍ତି। କୁଖ୍ୟାତ ନିଶା ବେପାରୀ ଅନିଲ ପାଣ୍ଡିର ୨କୋଟିର ସଂପତ୍ତି ଜବତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ସଂପତ୍ତି ବ୍ୟାଜାପ୍ତି ନେଇ କୋଲକାତାର ଏନଡିପିଏସର ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଲା ଏସଟିଏଫ। ୨୦୨୧ ଅଗଷ୍ଟ ୧୩ ତାରିଖରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା। ଖୋଳତାଡ଼ ପରେ ଏଥିରେ ଅନିଲ ପାଣ୍ଡିର ସଂପୃକ୍ତି ଜଣାପଡ଼ିଥିଲା।

ତଦନ୍ତ ପରେ ତାର ୨ କୋଟିର ସମ୍ପତ୍ତି ଠାବ ହୋଇଛି। ଏଥିରେ ୩ମହଲା ବିଶିଷ୍ଟ ବିଳାସ ପୂର୍ଣ୍ଣ ଘର ରହିଛି। ଏଥିରେ ସୁଇମିଂ ପୁଲ ରହିଛି। ଅନିଲର ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଛି। ପୂର୍ତ୍ତ ବିଭାର ଆକଳନ ଅନୁସାରେ ଏହି କୋଠାର ଦାମ ପ୍ରାୟ ଦେଢ କୋଟି ହେବ। ଏହା ଛଡା ତାର ଗୁଜୁରାଟ ଓ ମହାରାଷ୍ଟ୍ରରେ ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଅନିଲର ଅପରାଧିକ କାର୍ଯ୍ୟକଳାପ ଓଡିଶାରୁ ଗୁଜୁରାଟ ଯାଏ ଲମ୍ବିଛି। ପୂର୍ବରୁ ତା ଭାଇ ସୁନୀଲ ପାଣ୍ଡିକୁ ଗିରଫ କରିଥିଲା ଗୁଜୁରାଟ ପୋଲିସ। ଅନିଲ ଏବେବି ଫେରାର ରହିଛି। କୋର୍ଟ ତା ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ତା ସମ୍ପର୍କ ରେ ସୂଚନା ଦେବା ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଏସଟିଏଫ।