କନ୍ଧମାଳ: ଆମ୍ବ କୋଇଲି ଯାଉ ଖାଇ ଅସୁସ୍ଥ ହୋଇପଡିଥିବା କନ୍ଧମାଳ ଜିଲ୍ଲା ଗଦାପୁର ପଂଚାୟତ ମାଣ୍ଡିପଙ୍କା ଗାଁର ୬ ଜଣ ମହିଳା ଏବେବି ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ICU ରେ ଭର୍ତ୍ତି କରାଯାଇଛି ।
ସେପଟେ କନ୍ଧମାଳ ଜିଲ୍ଲାପାଳ ମାଣ୍ଡିପଙ୍କାଗାଁକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଗତକାଲି ମାଣ୍ଡିପଙ୍କା ଗାଁର ୬ ପରିବାରର ୮ ଜଣ କୋଇଲି ଜାଉ ଖାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଘଟଣା ପରେ ତହସିଲଦାର, ବିଡ଼ିଓ ଓ ଡ଼ାକ୍ତରୀ ଟିମ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
ଆଦିବାଦୀ ଅଧ୍ୟୁଷିତ ଏହି ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବା ସାମ୍ନାକୁ ଆସିଛି । ଦାରିଦ୍ର୍ୟ ଏବଂ ସଚେତନତା ଅଭାବରୁ ଲୋକମାନେ ଆମ୍ବ ଟାକୁଆକୁ ଜାଉ କରି ଖାଇବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଏପରି ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।