ବ୍ରହ୍ମପୁରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା, ୨ମୃତ ଜଣେ ଗୁରୁତର

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ-16ର ହଳଦିଆପଦର ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ଆହାତ ହୋଇଛନ୍ତି । ଏକ ମାଲ ବୋଝେଇ ଟ୍ରକ ଆଉ ଏକ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଛନ୍ତି । ଆଜି ଭୋରୁ ଏହି ଦୁର୍ଘଟଣା ହୋଇଥିବା ବେଳେ ପ୍ରଥମ ଟ୍ରକଟି ଘଟଣାସ୍ଥଳରୁ ପଳାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆହାତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଦୁର୍ଘଟଣା ସମ୍ପର୍କରେ ଗୋଳନ୍ଥରା ଥାନା ପୋଲିସ ଖବର ପାଇବା ପରେ ଉଭୟ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ହୋଇଥିବା ଟ୍ରକଟି ତାମିଲନାଡ଼ୁ ଅଞ୍ଚଳର ହୋଇଥିବା ବେଳେ ଭୂବନେଶ୍ୱର ପଟୁ ଆନ୍ଧ୍ର ଆଡକୁ ଯାଉଥିଲା । ତେବେ ମୃତ ଓ ଆହାତଙ୍କ ପରଚୟ ମିଳିପାରିନାହିଁ ।

truck accident1ଅନ୍ୟପଟେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଅନ୍ୟ ଏକ ଟ୍ରକ ଦୁର୍ଘଟଣା ହୋଇଥିବା ଜଣାପ ଡିଛି। ଊକ୍ତ ଦୁର୍ଘଟଣାରେ କିଏ ଆହାତ ହୋଇନଥିବା ବେଳେ ଏକ ପଥର ବୋଝେଇ ଟ୍ରକ ରାସ୍ତା କଡରେ ଥିବା ୧୦ଫୁଟ୍‌ ଖାତକୁ ଓଲଟି ପଡିଥିବା ଜଣାପଡିଛି।
ବ୍ରହ୍ମପୁରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା, ୨ମୃତ ଜଣେ ଗୁରୁତର