ଗଞ୍ଜାମ: କାନକଟା ଘାଟିରେ ଓଲଟିଲା ବସ, ୨ ମୃତ ଓ ୧୦ ଆହତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କାନକଟା ଘାଟିରେ ବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ଜଣ ମୃତ ବରଣ କରିଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପାତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରଘୁନାଥ ନାମକ ଏକ ଘରୋଇ ବସ ଗଜପତି ଜିଲ୍ଲା ରାୟଗଡ ରୁ ପାତ୍ରପୁର ବ୍ଲକ ଜରଡ଼ା ଅଭିମୁଖେ ଆସୁଥିଲା। ଜଣେ ମୃତକ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଶିକୁଳିପଦରର ସରସ୍ବତୀ ଶବର ଆଉ ଜଣେ ମୃତକ ଗଞ୍ଜାମ ଅରଖାପଦର ଗାଁର ସୁମତି ରଇତ ବୋଲି ଜଣାପଡିଛି।

ଭାରସାମ୍ୟ ହରାଇ ଘାଟି ରାସ୍ତାରେ ବସ ରାସ୍ତା କଡ଼କୁ ଓଲଟିଯାଇଥିବା ବେଳେ ବ୍ରେକ ଫେଲ ନା ‘ କିଛି ଜଣା ପଡିଲା ନାହିଁ ବୋଲି କହିଛନ୍ତି ବସରେ ବସିଥିବା ଆହତ ଯାତ୍ରୀ। ଜରଡ଼ାରୁ ଗଜପତି ଜିଲ୍ଲାକୁ ରାସ୍ତା ନୂଆରେ ତିଆରି କରାଯିବା ପରେ ବୁରାତାଲରୁ ଗଜପତି ଜିଲ୍ଲା ରାୟଗଡ଼କୁ ଦୁଇ ମାସତଳେ ବସ ଚଳାଚଳ କରିଥିଲା। ଜରଡ଼ା ପୋଲିସ ତଦନ୍ତ କରୁଛନ୍ତି।