କେନ୍ଦ୍ରାପଡ଼ା : ବଜ୍ରପାତରେ ମା ଝିଅ ମୃତ , ୨ ଆହତ

କେନ୍ଦ୍ରାପଡ଼ା : ରାଜ୍ଯରେ ମୌସୁମୀର ପ୍ରଭାବ ବଢ଼ୁଥିବା ବେଳେ ଏନେଇ ଅଘଟଣ ମଧ୍ୟ ବଢ଼ିବାରେ ଲାଗିଛି। ଆଜି ସକାଳେ ରାଜ୍ଯର ବିଭିନ୍ନ ସ୍ଥାନରେ ବଜ୍ରପାତ ଏବଂ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜମ୍ବଗ୍ରାମରେ ଘଟିଛି ଅଘଟଣ । ନଦୀକୁ ମାଛ ଧରି ଯାଉଥିବା ସମୟରେ ଡ଼ଙ୍ଗାରେ ବଜ୍ରପାତ ହେବାରୁ ମାଆ ଝିଅଙ୍କର ମୃତ୍ଯୁ ହୋଇଥିବା ବେଳେ ତାଙ୍କ ସହିତ ଡ଼ଙ୍ଗାରେ ଥିବା ନାତି ଏବଂ ସଂପର୍କୀୟ ଭାଉଜ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.