ଗଛକୁ ପିଟିଲା ବାଇକ, ୨ ମୃତ

ଦଶପଲ୍ଲା :  ଦଶପଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଗଛରେ ବାଇକ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟାରେ ଗୋଟିଏ ବାଇକ୍ ରେ ୨ ଜଣ ଯୁବକ ଦଶପଲ୍ଲା ରୁ ଘୁଗୁଡ଼ିପଡ଼ା ଅଭିମୁଖେ ଯାଉଥିବା ବେଳେ ନଛିପୁର ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲେ । ଫଳରେ ଦୁର୍ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ ।

ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏବଂ କିଛି ପଥଚାରୀ ପହଂଚି ୧୦୮ ଆମ୍ବୁଲାନ୍ସ ଡକାଇ ୨ ଜଣ ଯୁବକଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ୨ ଜଣକୁ ମୃତ ଘୋଷଣା କରିଛନ୍ତି । ୨ ମୃତକ ସ୍ଥାନୀୟ ମଧ୍ୟଖଣ୍ଡ ଅଞ୍ଚଳର ଜ୍ଞାନ ରଞ୍ଜନ ସାହୁ ଓ ଓଡ଼ଗାଁ ଅଞ୍ଚଳର ସୂର୍ଯ୍ୟକାନ୍ତ ବେହେରା ବୋଲି ଜଣାପଡିଛି ।

You might also like