ମାହାଙ୍ଗା : ପରକୀୟା ପ୍ରୀତିରୁ ଆତ୍ମହତ୍ୟା, ମୃତକ ଦୁଇ ଜଣ ସମ୍ପକୀୟ ଦିଅର ଓ ଭାଉଜ

ମାହାଙ୍ଗା (କେନ୍ଯୁଜ) : ପରକୀୟା ପ୍ରୀତିରୁ ଆତ୍ମହତ୍ୟା ଅଭିଯୋଗ । ଘର ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମାହାଙ୍ଗା କେନ୍ଦୁପାଟଣା ଖଣ୍ଡଗାଁରେ ଏହି ଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପକୀୟ ଦିଅର ଓ ଭାଉଜ ।
ମୃତ ମହିଳାଙ୍କ ନାଁ ତୁଳସୀ ବେହେରା ଓ ଯୁବକ ହେଲେ ଭଞ୍ଜକିଶୋର ପାତ୍ର । ପରକୀୟା ସଂପର୍କ ଯୋଗୁ ଲୋକ ଲଜ୍ଜା ସହିନପାରି ଦୁହେଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୋଗ ହୋଇଛି, ମୃତ ତୁଳସୀଙ୍କ ସହ ଭଞ୍ଜକିଶୋରଙ୍କର ପ୍ରେମ ସମ୍ପର୍କ ରହିଥିଲା ।
ଗତ ରାତିରେ, ଦୁଇ ଜଣଙ୍କୁ ଏକତ୍ର ଗୋଟିଏ ଘରେ ଦେଖି ନେଇଥିଲେ ତୁଳସୀଙ୍କ ଶାଶୁ । ଘର ଲୋକ ବାହାର ପଟରୁ କବାଟ ଦେଇଥିଲେ । ପରେ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।