ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଦୁର୍ଘଟଣାରେ ରୋଗୀ ଓ ହେଲପର ମୃତ

କଳାହାଣ୍ଡି(କେନ୍ୟୁଜ୍): ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ରୋଗୀ ଓ ହେଲପର ମୃତ। କଳାହାଣ୍ଡି ଜୁନାଗଡ଼ ଥାନା ମହିଚଲା ଗାଁ ନିକଟରେ ଦୁର୍ଘଟଣା। ଆମ୍ବୁଲାନ୍ସଟି ଜୟପାଟଣା ମେଡିକାଲରୁ ରୋଗୀ ଧରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଗଛରେ ପିଟି ହୋଇଯାଇଥିଲା।

ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ରୋଗୀ ଓ ଆମ୍ବୁଲାନ୍‌ସ ହେଲପରଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.