ମୋହନା ପଲ୍ଲୀଗଜପତି ଗାଁ ନିକଟରେ କାର୍ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପଲ୍ଲୀଗଜପତି ଗ୍ରାମ ନିକଟରେ ସୋମବାର ଅପରାହ୍ନ ସମୟରେ ଏକ କାର୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଅଡବା ଥାନା ମାଣ୍ଡିମେରା ପଞ୍ଚାୟତ ଅନ୍ତର୍ଗତ ବିକ୍ରମପୁର ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ସୁବିତ୍ ବର୍ଦ୍ଧନ ଏବଂ ଯାକବ୍ ବର୍ଦ୍ଧନ।

ସୁବିତ୍ ଏବଂ ଯାକବ ବାଇକ୍ ଯୋଗେ ଅଡବାରୁ ମୋହନା ଆସୁଥିବା ବେଳେ ପଲ୍ଲୀଗଜପତି ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହିତ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୋହନା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି । ଏନେଇ ଥାନା କେସ୍ ନଂ ୧୧୫/୨୨ ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.