ବିଲକୁ ପାଣି ମଡ଼ାଇବା ହେଲା କାଳ, ପୋଖରି ହିଡ଼ ଧସି ୨ ମୃତ

ଟିଟଲାଗଡ଼(କେନ୍ୟୁଜ୍):  ଟିଟିଲାଗଡ଼ ବ୍ଲକ୍‌ ଡୁଙ୍ଗୁରି ଗୁଡା ଗାଁରେ ମାଟି ଅତଡା ଧସି ୨ ବ୍ଯକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ  ଟିଟିଲାଗଡ଼ ଅଞ୍ଚଳରେ ବର୍ତ୍ତମାନ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସ୍ରୁଷ୍ଟି ହୋଇଛି।  ଡୁଣ୍ଡୁରିଗୁଡ଼ା ଗାଁର ଗଣେଶ ବାଗ ଓ ପରଦେଶୀ ଭୋଇ ଗାଁ ପୋଖରିର ହିଡ କାଟି ଜମିକୁ ପାଣି ନେବାପାଇଁ ଉଦ୍ୟମ କରୁଥିବା ସମୟରେ ହିଡ ଧସି ଯିବାରୁ ୨ ଜଣ ବ୍ଯକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇବାପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.