ସବୁ ମୁଣ୍ଡକୁ ପକ୍କା ଘର କେବଳ ରାଜନୈତିକ ଭାଷଣବାଜି : ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଗୋଟିଏ ପରିବାର ଦୁଇ ମୃତ ଓ ଦୁଇ ଗୁରୁତର

କନ୍ଧମାଳ(କେନ୍ୟୁଜ୍):  ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିବାରୁ ଗୋଟିଏ ପରିବାରର ଦୁଇ ମୃତ ଓ ଦୁଇ ଗୁରୁତର ଆହତ ହୋଇଛନ୍ତି । ଫୁଲବାଣୀ ତ୍ରିଦେବ ନଗରରେ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇଜଣ ହେଲେ ମା ସୁରଥୀ ମାଝୀ ବୟସ(୪୨) ଓ ଝିଅ ସ୍ମୃତି ମାଝୀ।ବୟସ (୫)ବର୍ଷ। (୩)ବର୍ଷର ଶିଶୁ ପୁଅ ରହନ ମାଝୀ ଏବଂ (୪୫)ବର୍ଷ ବୟସ ବାପା ବ୍ରଜବନ୍ଧୁ ମାଝୀ ଆହତ ହୋଇଛନ୍ତି ।

wall collapsed 2

ଗୁରୁତରଙ୍କୁ ଅଗ୍ନିଶମ ବିଭାଗ ଓ ଟିମ ହ୍ୟୁମାନିଟ ସଦସ୍ୟ ମିଶି ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ଡାକ୍ତର ଉଭୟ ମାଆ ଓ ଝିଅ ଙ୍କୁ ମୃତ୍ୟୁ ଘୋଷଣା କରିବା ସହ ବାପା ପୁଅ ଙ୍କ ଚିକିତ୍ସା ଜାରି ରହିଛି। ଏବେ ମଧ୍ୟ ସହରରେ ଅତି ପ୍ରବଳ ବର୍ଷା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.