ବରଗଡ଼: ଇଟା ଗଦାରେ ପିଟିହେଲା କାଠ ବୋଝେଇ ମହିନ୍ଦ୍ରା ଭ୍ୟାନ୍, ଦୁର୍ଘଟଣାରେ ଦୁଇ ମୃତ

ପଦ୍ମପୁର(କେନ୍ୟୁଜ୍):  ବରଗଡ଼ ଜିଲ୍ଲା ଦୁବଲାବାହାଲ ଛକରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ପଦ୍ମପୁରରୁ ସୋହେଲା ରାସ୍ତା ଦୁବଲାବାହାଲ ଛକରେ ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ଭ୍ୟାନ୍ ଗାଡି ରାସ୍ତା କଡରେ ଥିବା ଇଟା ଗଦାରେ ଯାଇ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ  ହୋଇଥିବା ଜଣାପଡିଛି ।

ଗାଡିରେ ପ୍ରଚୁର ପରିମାଣର କାଠ ଥିବାରୁ ଚୋରା ଚାଲଣା ହେଉଥିବା ଅନୁମାନ କରଯାଇଛି । ଗତକାଲି  ରାତିରେ  ଏହି ଘଟଣା ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.