ନୟାଗଡ଼: ବାଇକ୍ ଧକ୍କାରେ ୨ ମୃତ, ଜଣେ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ବାଇକ୍ ଧକ୍କାରେ ୨ଜଣ ମୃତ , ଜଣେ ଗୁରୁତର । ଦୁଇ ମୃତକ ହେଲେ ଡିହଗାଁର ଶୁକ୍ର ବାଜୁ ଓ ସୁଦର୍ଶନ ପ୍ରଧାନ । ନିୟନ୍ତ୍ରଣ ହରାଇ ଦୁଇ ଜଣଙ୍କୁ ଜଣେ ବାଇକ ଆରୋହୀ ଧକ୍କା ଦେଇଥିଲା । ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ ଆରୋହୀ ଗୁରୁତର ଅଛନ୍ତି । ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦଶପଲ୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।