ରାୟଗଡା: ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

ରାୟଗଡ଼ା(କେନ୍ୟୁଜ୍):  ସଡ଼କ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି ।

ବିଷମକଟକରୁ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା କପିଲଭଟ୍ଟା ଗାଁକୁ ମହିଳାଙ୍କ ମୃତଦେହ ନେଇ ଆମ୍ବୁଲାନ୍ସ ଯାଉଥିବା ବେଳେ ବିପରୀତ ଦିଗରୁ ଝାରସୁଗୁଡ଼ାରୁ ଟିକିରି ଯାଉଥିବା ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସହ ୩ ଜଣଙ୍କ ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.