କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଟିଟିଲାଗଡ଼ : କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ମହଗାଁ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟଙ୍କ ପରିଚୟ ମିଳି ପାରିନାହିଁ ।
ସୂଚନା ଅନୁସାରେ ଗତକାଲି ବିଲିମ୍ବିତ ରାତିରେ ଦୁଇ ଯୁବକ ଏକ ବାଇକ୍ ଯୋଗେ ବରଗାଁରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ଏହି ସମୟରେ ମହଗାଁ ବ୍ରିଜ ନିକଟରେ ବୀପରିତ ଦିଗରୁ ଆସୁଥିବା କାର୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ହେଲେ ଦୁର୍ଘଟଣା ପରେ କାର୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ଖବର ପାଇ ସଇଁତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି ।