ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ମାଇଁ ଓ ଭଣଜା ମୃତ

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାୟାର ବୋଝେଇ ପିକଅପ ଭ୍ୟାନ ସହ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସଂପର୍କରେ ମାଇଁ ଓ ଭଣଜା ହୋଇଥିବା ଜଣାଯାଇଛି ।

ସୂଚନା ଅନୁସାରେ ଆଜି ସକାଳେ ଚନ୍ଦିନିମାଲ ରାସ୍ତାରେ ଏକ ଟାୟାର ବୋଝେଇ ପିକଅପ୍ ଭ୍ୟାନ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଥିବା ଭଣଜା ଓ ମାଇଁ ଛିଟିକି ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସେହିପରି ଆଜି ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବିଳମ୍ବିତ ରାତିରେ ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଫଳରେ ୬ ଜଣ ଗୁରୁତର ଏବଂ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଭୁବନେଶ୍ବରରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଛି ।

You might also like