ଭୀମସାରରେ ୨ ଡେଲ୍‌ଟା ଭାରିଆଣ୍ଟ ଓ ୯ଜଣ ମାଇଲ୍ଡ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(କେନ୍ଯୁଜ୍): ଭୀମସାରରେ ୨ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ । ୯ଜଣ ମାଇଲଡ୍‌ ଡେଲ୍‌ଟା ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତି । ଗତ ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଜେନମ ସିକ୍ୟୁନ୍ସ ୨୧ ଛାତ୍ରଛାତ୍ରୀଙ୍କ ସ୍ୱାବ ଭୁବନେଶ୍ୱର ପଠାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୧୬ ଜଣଙ୍କୁ ନମୁନା ପଠାଯାଇଥିଲା ।

ରିପୋର୍ଟ ଅନୁଯାୟୀ ୨ ଜଣ ସମ୍ପୂର୍ଣ୍ଣ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେପଟେ ଭୀମସାରର ୯ଟି ହଷ୍ଟେଲରେ ହୋଇଥିବା କଣ୍ଟେନମେଣ୍ଟ ଉଠାଯିବ ବୋଲି ଡିନ୍‌ ସୂଚନା ଦେଇଛନ୍ତି।

Leave A Reply

Your email address will not be published.