ପାରାଦ୍ଵୀପ ଗଡ ଗ୍ରାମରେ ଝାଡା-ବାନ୍ତି, ଗୋଟିଏ ପରିବାରର ଦୁଇ ମୃତ

ପାରାଦ୍ଵୀପ : ବନ୍ଦର ଭିତିକ ଶିଳ୍ପ ସହରକୁ ଲାଗିଥିବା ପାରାଦ୍ଵୀପ ଗଡ ଗ୍ରାମରେ ଝାଡା ବାନ୍ତି ବ୍ୟାପୁଛି । ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ପରିବାରର ଆଉ ୨ ଜଣ ଆକ୍ରାନ୍ତ ହୋଇଛନ୍ତି ଝାଡା ବାନ୍ତିରେ । ସେମାନଙ୍କ ମଧ୍ଯରୁ ଜଣେ ଗତକାଲି ଠାରୁ କଟକରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉ ଜଣେ କଟକ ଯାଇଛନ୍ତି ଚିକିତ୍ସା ପାଇଁ ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି ।

୧୪ ଦିନ ତଳେ ପରିବାରର ୭୦ ବର୍ଷୀୟ ବୃଦ୍ଧା ଦିଜ ରାଉତଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ଦିନରେ ଗତକାଲି ପୁତୁରା ବିପିନ ରାଉତ (୪୫)ଙ୍କ ମୃତ୍ୟୁ ହୋଇଛି । ପରିବାରର ଦୁଇଜଣ ଝିଅ ଏବେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ଘର ନିକଟରେ ଯାଇଥିବା ଭଙ୍ଗା ଡ୍ରେନ ଯୋଗୁ ନିକଟରେ ଥିବା ପାଇପ ପାଣି ପିଇ ଏହି ଝାଡାବାନ୍ତି ବ୍ୟାପୀଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ  ପ୍ରଶାସନକୁ ଜଣା ଯାଇଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହେଉଛି।

 

You might also like