ମଦ୍ୟପ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ, ୩ ଆହତ

ଟ୍ରକ ଧକ୍କାରେ ଚାଲିଗଲା ୨ଜଣ ଯୁବକଙ୍କ ଜୀବନ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟରେ। ସୂଚନା ମୁତାବକ, ଧର୍ମଶାଳା ଥାନା ଚହଟା ଗ୍ରାମର ରମେଶ ମଲିକ ଓ ସଞ୍ଜୟ ମହାନ୍ତି ଏକ ସ୍କୁଟି ଯୋଗେ ଚଣ୍ଡିଖୋଲରୁ ଜାରକା ଛକ ଅଭିମୁଖେ ଆସୁଥିବା ସମୟରେ ଶଙ୍ଖାରିଡିହ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା।

ଯାଜପୁର (କେନ୍ୟୁଜ): ଟ୍ରକ ଧକ୍କାରେ ଚାଲିଗଲା ୨ଜଣ ଯୁବକଙ୍କ ଜୀବନ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟରେ। ସୂଚନା ମୁତାବକ, ଧର୍ମଶାଳା ଥାନା ଚହଟା ଗ୍ରାମର ରମେଶ ମଲିକ ଓ ସଞ୍ଜୟ ମହାନ୍ତି ଏକ ସ୍କୁଟି ଯୋଗେ ଚଣ୍ଡିଖୋଲରୁ ଜାରକା ଛକ ଅଭିମୁଖେ ଆସୁଥିବା ସମୟରେ ଶଙ୍ଖାରିଡିହ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ଦୁର୍ଘଟଣା ଘଟାଇବା ପରେ ଏହି ଟ୍ରକଟି ଜାରକା ବାଇପାସ ନିକଟରେ ମଧ୍ୟ ଆଉ ଏକ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା। ଏଥିରେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଖବର ପାଇ ଧର୍ମଶାଳା ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ କୁଆଖିଆ ନିକଟରୁ କାବୁ କରିଥିବା ଜଣାଯାଇଛି। ତେବେ ଟ୍ରକ ଡ୍ରାଇଭର ମଦ୍ୟପାନ କରିବା ସହ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.