କାଲିମେଳା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଯୁବକଙ୍କ ମୃତ୍ୟୁ

କାଲିମେଳା(କେନ୍ୟୁଜ୍): ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ମାନ୍ଯମକୋଣ୍ଡା ମୁଖ୍ଯ ରାସ୍ତାର ଏମପିଭି ୩୬ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ୨ ଯୁବକଙ୍କ ମୃତ୍ୟୁ। ଦୁଇଟି ବାଇକ୍ ମୁହାଁମୁଁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ଯ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୁଇ ମୃତକଙ୍କ ନାମ ଫନି ମାଝୀ ଓ ରୀତିକ ରାୟ । ଫନିଙ୍କ ଘର ଏମପିଭି ୩୬ ଗ୍ରାମରେ ହୋଇଥିବାବେଳେ, ରୀତିକଙ୍କ ଘର ଏମପିଭି ୮୩ ଗ୍ରାମରେ ବୋଲି ଜଣାପଡିଛି। ଏଥି ସହିତ ଗୁରୁତର ଥିବା ପ୍ରସନଜିତ ସାନା, ବିଜୟ ମଣ୍ଡଳ ଓ ତାପସ ବର୍ମାନଙ୍କ ମଧ୍ୟରୁ ତାପସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ମୋଟୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.