ଢେଙ୍କନାଳ ଜାତୀୟ ରାଜପଥ କୋରିଆଁ ନିକଟରେ ବାଇକ୍କୁ ପିଟିଲା ଟ୍ରକ୍, ୨ମୃତ
ଢେଙ୍କନାଳ: ଢେଙ୍କନାଳ ଜାତୀୟ ରାଜପଥ କୋରିଆଁ ନିକଟରେ ସଡ଼କ ଦୁର୍ଘଟଣା । ୨ ବାଇକ୍କୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସିମିନଇ ଗାଁର ସୁମିତ୍ରା ବେହେରା ଓ ଭୁବନ ଥାନା ସୁରତାପପୁର ଗାଁର ଅଦୈତ ସ୍ୱାଇଁ । ଚିକିତ୍ସାଧୀନ ଅବସ୍ଥାରେ ସୁମିତ୍ରା ବେହେରାଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହାତ ଅନିଲ ବାରିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।