ଦନ୍ତା ନେଲା ଦୁଇ ଜୀବନ: ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଉପଦ୍ରବ ମଚାଉଥିବା ଝାଡଖଣ୍ଡୀ ହାତୀପଲ ସମସ୍ତଙ୍କ ନିଦ ହଜାଇଥିବା ବେଳେ ପୁଣି ଥରେ ଦନ୍ତା ହାତୀ ଉପଦ୍ରବ ରଚିଛି ।

ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି  ।  ମୃତକ ୨ଜଣ ହେଲେ ମୟୂରଭଞ୍ଜ ମୋରଡ଼ା ଥାନା ସୋନପୁରିଆ ଗାଁର ରଘୁ ହେମ୍ବ୍ରମ ଓ ଉଲିଡିହି ଗାଁର ସଜ୍ରା ହେମ୍ବ୍ରମ ।  ଆଜି ସକାଳେ ରଘୁ ହେମ୍ବମ୍ର ଶୌତ ହେବାକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ । ସେହିପରି ହାତୀ ଆକ୍ରମଣରେ ୫୫ ବର୍ଷୀୟ ସଜ୍ରାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ମୋରଡା ଓ ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଛି ।  ହାତୀ ମଣିଷ ଲଢେଇ ଜାରି ରହିଛି। କେବେ ମଣିଷ ପାଇଁ ହାତୀର ମୃତ୍ୟୁ ହେଉଛି ତ ଆଉ କେବେ ହାତୀ ପାଇଁ ମଣିଷ ଜୀବନ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like