ରାଉରକେଲାରେ ବଡ଼ ଧରଣର ଅଘଟଣ: ସ୍କୁଲ ଗେଟ ପଡି ଚାଲିଗଲା ଦୁଇଜଣଙ୍କ ଜୀବନ

ରାଉରକେଲା(କେନ୍ୟୁଜ୍): ବିକାଶ ସ୍କୁଲ ମୁଖ୍ୟ ଗେଟ ପଡି ଚାପି ହେଇ ଦୁଇ ଜଣଙ୍କ ମୃତ୍ୟୁ। ରାଉରକେଲା ସେକ୍ଟର ୨ ବିକାଶ ସ୍କୁଲର ଗେଟ ଭୁଶୁଡି ପଡିବାରୁ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଯୁବକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା।

ଗେଟ ପଡିଯିବା ପରେ ଦୁଇଜଣ ଗୁରୁତର ହୋଇ ପଡିଥିଲେ ।  ସିକ୍ୟୁରୁଟି ଗାର୍ଡ ଓ ଯୁବକଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଗେଟ ପଡିବାର କାରଣ ଏଯାବତ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.