କେନ୍ଦ୍ରାପଡାରେ ଲଗାଣ ବର୍ଷାରେ ଦୁଇଟି ଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ୨ ମୃତ

କେନ୍ଦ୍ରାପଡା (କେନ୍ଯୁଜ): କାନ୍ଥ ଭୁଶୁଡି ୨ ମୃତ। ୨ ଟି ଭିନ୍ନ ସ୍ଥାନରେ କାନ୍ଥ ପଡି ବୃଦ୍ଧବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାତିରେ ଶୋଇଥିବା ବେଳେ କାନ୍ଥ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ବଡବେତରା ଗାଁର ଅଭୟ ମହାପାତ୍ର ।

ସେହିପରି ଡେରାବିଶ ବ୍ଲକ ବେଣୀପୁର ଢିଅସାହି ଗାଁରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡି ପଡିବାରୁ ବୃଦ୍ଧା ନର୍ମଦା ପୃଷ୍ଟିଙ୍କ ମୃତ୍ୟୁ ଘଟିଛି । ଖବରପାଇ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.