ରାଜ୍ୟ

୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ଦୁର୍ଘଟଣା, ୨ ଡ୍ରାଇଭର ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ। ସୂଚନା ମୁତାବକ, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧିନ ମୂଳାପାଳ ଛକ ନିକଟରେ ଆଜି ଏକ ଟ୍ରକ ଖରାପ ହୋଇଥିଲା।

ଟ୍ରକଟି ଜାରକା ଅଞ୍ଚଳର ହୋଇଥିବାରୁ ଏକ ବୋଲେରୋ କ୍ୟାମ୍ପର ଗାଡିରେ ସେଠାକୁ ମିସ୍ତ୍ରୀ ମରାମତି କରିବାକୁ ଯାଇଥିଲେ। ଟ୍ରକର ଡ୍ରାଇଭର, କ୍ୟାମ୍ପର ଡ୍ରାଇଭର ଓ ମିସ୍ତ୍ରୀ ଉକ୍ତ ଗାଡିର ତଳେ ରହି ମରାମତି କରୁଥିବା ସମୟରେ ଅନ୍ୟ ଏକ ଟ୍ରକ ଗାଡିକୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଡ୍ରାଇଭର ଦ୍ବୟ ଧର୍ମଶାଳା ଥାନା ଜାରକା ଅଞ୍ଚଳର ବୋଲି ସୂଚନା ମିଳିଛି।

Niharanjan

Recent Posts

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

11 mins ago

ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…

15 mins ago

ବାଇକକୁ ପିଟିଲା କାର ଘଟଣାସ୍ଥଳରେ ଭାଇ ଭଉଣୀ ମୃତ

ନରସିଂହପୁର (କେନ୍ୟୁଜ୍‌): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…

23 mins ago

ଭାରି ହେଇଗଲା ଅମୃତଭଣ୍ଡାର ଓଜନ ଓଲଟିପଡିଲା ଟ୍ରକ୍‌, ଗାଡି ଭିତରେ ଚାପି ରହି ଚାଲିଗଲା ଚାଳକର ଜୀବନ

ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…

38 mins ago

ହିଟୱେଭ ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର(କେନ୍ୟୁଜ୍‌): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି…

41 mins ago

ଅନାଥ ଝିଅ ସସ୍ମିତାଙ୍କ ହାତ ଧରିବାକୁ ଛତିଶଗଡରୁ ଧାଇଁ ଆସିଛନ୍ତି ମୋହନଲାଲ

ସୁନ୍ଦରଗଡ (କେନ୍ୟୁଜ) : ସଜେଇ ହୋଇ ବେଦୀରେ ବସିଛି କନ୍ୟା । ପାଖରେ ବସିଛି ବର । ବ୍ରାହ୍ମଣଙ୍କ ମନ୍ତ୍ର…

48 mins ago