ବ୍ରହ୍ମପୁର: ଘର ଉପରକୁ ଚଢି ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗାଁରେ ଘର ଉପରକୁ ଚଢିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଘର ଭିତରେ ଥିବା ଲୋକେ। ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ରାସ୍ତା କଡରେ ଥିବା ଏକ ଅଟୋ ଧକ୍କା ଦେଇ ଅନ୍ୟ ଏକ ଟ୍ରକ ଘର ଭିତରକୁ ମାଡିଗଲା । ଟ୍ରକର ଧକ୍କାରେ ରାସ୍ତା କଡ଼ରେ ଥିବା ଅଟୋ ଚୁରମାର । ଏଥିରେ ଟ୍ରକର ଦୁଇ ଡ୍ରାଇଭର ଗୁରୁତର ହୋଇଥିବା ବେଳ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସେପଟେ ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଦ୍ୱାରା ବ୍ରହ୍ମପୁର – ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।