ହାଇୱାକୁ ଧକ୍କା ଦେଲା ଆଇରନ୍ ବୋଝେଇ ଟ୍ରକ୍, ୨ ଡ୍ରାଇଭର ମୃତ

ପାରାଦ୍ଵୀପ : ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଡ୍ରାଇଭର ମୃତ । ହାଇୱାକୁ ଧକ୍କା ଦେଲା ଆଇରନ୍ ବୋଝେଇ ଟ୍ରକ୍ । ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣ ଡ୍ରାଇଭର ଏକ ବ୍ରେକ୍ ଡାଉନ୍ ହାଇଓ୍ବାକୁ କାମ କରୁଥିବାବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦରର ଦୁଇ ଓ ତିନି ନମ୍ବର ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି ହାଇଓ୍ବା ଡ୍ରାଇଭର।