ହୋଲି ଖେଳିସାରି ଗାଧୋଇବାକୁ ଗଲେ, ଆଉ ଫେରିଲେନି ଦୁଇ ଯୁବକ

କେନ୍ଦ୍ରାପଡା : ହୋଲି ଖେଳିସାରି ଗାଧୋଇବାକୁ ଗଲେ କିନ୍ତୁ ଆଉ ଫେରିଲେନି  l ଘରକୁ ଫେରିଲା ମୃତଦେହ  l କେନ୍ଦ୍ରାପଡା ନିକିରାଇ ଥାନା କୁତରଙ୍ଗ ଓ ଘାଗରା ଗାଁର ଏହି ଅଭାବନୀୟ ଘଟଣା ଅଂଚଳକୁ ଶୋକରେ ବୁଡେଇ ଦେଇଛି । ମୃତ ଦୁଇ ଯୁବକ ହେଲେ ଯୁକ୍ତ ଦୁଇ ଛାତ୍ର ସୌଭାଗ୍ୟ ପରିଡା ଓ ପୋଲିସ ଚାକିରୀରେ ଯୋଗ ଦେବାକୁ ଥିବା ଚନ୍ଦନ ସ୍ୱାଇଁ  । ଉଭୟ ପରିବାର ଲୋକଙ୍କ ଆଖିରୁ ଏବେ ବହି ଚାଲିଛି ଧାରଧାର ଲୁହ । ପୁଅର ଅକାଳ ମୃତ୍ୟୁ ପରେ ପରିବାର ଲୋକେ ସୌଭାଗ୍ୟଙ୍କର ଚକ୍ଷୁଦାନ କରି କୋହକୁ ଛାତି ଭିତରେ ଚାପି ଦେଇଛନ୍ତି ।