ରଙ୍ଗ ଖେଳି ନଦୀ ଗାଧୁଆ ହେଉଛି କାଳ: ଭେଡେନ ନଦୀରେ ବୁଡ଼ି ୨ଜଣଙ୍କ ସଲିଳ ସମାଧି

କୁଚିଣ୍ଡା(କେନ୍ୟୁଜ୍):  ହୋଲି ଖେଳ ସାରି ନଦୀରେ ଗାଧୁଆ ପାଲଟିଲା କାଳ। ଭେଡେନ ନଦୀରେ ବୁଡ଼ି ୨ଜଣଙ୍କ ସଲିଳ ସମାଧି। କୁଚିଣ୍ଡା ଥାନା ସଇଡା ଭେଡେନ ନଦୀର ଝିଲ୍ଲିଘାଟରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ଉତ୍ତରପ୍ରଦେଶ ବଳରାମପୁରର ୨ ଜଣ ମିସ୍ତ୍ରୀ କୈଳାସ କୁମାର ଏବଂ ମୁକେଶ ଯାଦବ ହୋଲି ଖେଳ ସାରି ସଇଡା ଭେଡେନ ନଦୀକୁ ଗାଧୋଇବାକୁ ଯାଇଥିଲେ।

ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କୁଚିଣ୍ଡା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.