ଗଞ୍ଜାମ: ଗାଁର ଆଧ୍ୟାତ୍ମକ କାର୍ଯ୍ୟକ୍ରମ ଉପରକୁ ଆଖିମୁଜା ପଥର ମାଡ଼ କଲେ ଦୁଇ ମଦୁଆ ଯୁବକ, ସ୍ଥାନୀୟ ଲୋକ କଲେ କାବୁ

ଭଞ୍ଜନଗର(କେନ୍ୟୁଜ୍): ଦୁଇ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଜନଗହଳିପୂର୍ଣ୍ଣ ଗାଁ ଭିତରେ ଆତଙ୍କ ଖେଳାଇବା ସହ ପଥର ମାଡ଼ କରି କିଛି ଜଣଙ୍କୁ ଆହତ କରିଛନ୍ତି। ବାଧ୍ୟହୋଇ ଗାଁ ଲୋକେ ଦୁଇ ଉନ୍ମତ୍ତ ଯୁବକଙ୍କୁ ଗାଁ ଦାଣ୍ଡରେ ଥିବା ବିଦ୍ୟୁତ ଖୁଣ୍ଟରେ ବାନ୍ଧିଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଙ୍କୋରଡା ଗାଁରେ ଘଟିଥିଲା ଏଭଳି ଘଟଣା ।

ସୂଚନା ଅନୁସାରେ ଗାଁରେ କିଛି ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଚାଲିଥିବା ବେଳେ  ଦୁଇ ମଦ୍ୟପ ଯୁବକ ଆତଙ୍କ ଖେଳାଇବା ସହ ଆଖିବୁଜା ପଥର ମାଡ଼ କରିଥିଲେ । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହେବାସହ ସେମାନଙ୍କୁ କାବୁ କରିଥିଲେ । ଶେଷରେ ଗାଁର ଏକ ଘରେ ସେମାନଙ୍କୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲସରା ଥାନା ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ପରେ  ସେମାନଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀଙ୍କ ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.