ଜାଲିଆତି ମାମଲାରେ ପୂର୍ବତନ ୨ ବ୍ୟାଙ୍କ ଅଧିକାରୀ, ଗିରଫ କଲା ଇକୋନୋମିକ୍‌ ଅଫେନ୍‌ସେସ୍‌ ଓ୍ଵିଙ୍ଗ୍‌

ସମ୍ବଲପୁର(କେନ୍ୟୁଜ୍): ଜାଲିଆତି ମାମଲାରେ ବୁର୍ଲା ସିଣ୍ଡିକେଟ୍‌ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀ ଗିରଫ । ଇକୋନୋମିକ୍‌ ଅଫେନ୍‌ସେସ୍‌ ଓ୍ଵିଙ୍ଗ୍‌ ୨ ଅଧିକାରୀଙ୍କୁ ଗିରଫ କରିଛି । ସିଣ୍ଡିକେଟ୍‌ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାସ ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ମାରିଆନସ୍‌ ଲାକ୍ରାଙ୍କୁ ଗିରଫ କରାଯାଇଛି । ସିଣ୍ଡିକେଟ୍‌ କିଷାନ୍‌ କାର୍ଡ ସ୍‌ିମ୍‌ରୁ ଏକ କୋଟି ୯୬ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଛି EOW । ୧୯୬ଜଣ ହିତାଧିକାରୀଙ୍କ ନାଁରେ ଆସିଥିବା ଏକ କୋଟି ୯୬ ଲକ୍ଷ ଟଙ୍କାକୁ ଏହି ଦୁଇ ବ୍ୟାଙ୍କ କର୍ମଚାରୀ ହଡପ୍‌ କରିଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ୍‌ ମ୍ୟାନେଜର ସୁବାସ ଚନ୍ଦ୍ର ଦାଶ ଟଙ୍କା ହଡପ କରିବା ପରେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଦୁଇ ବ୍ୟାଙ୍କ କର୍ମଚାରୀଙ୍କୁ ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.