ଭାଲୁ ଆକ୍ରମଣରେ ୨ଜଣ ଚାଷୀ ଗୁରୁତର,ତଦନ୍ତ କରୁଛି ବନ ବିଭାଗ

ସମ୍ବଲପୁର:  ଭାଲୁ ଆକ୍ରମଣରେ ଗୁରୁତର । ଘଟଣାଟି ଘଟିଛି ରେଢାଖୋଲ ବନଖଣ୍ଡ ନାକଟି ଦେଉଳ ରେଞ୍ଜ ଘୋଷରାମାଳ ପଞ୍ଚାୟତରେ । ରାଇଲ ଗ୍ରାମର ଦୁଇଜଣ ଚାଷୀ ନିଜ ନିଜର ଚାଷ ଜମିକୁ ଚାଷ କାର୍ଯ୍ୟ କରିବାକୁ ଯାଉଥିଲେ । ଏହି ସମୟରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡିଛି ।

ଆଜି ସକାଳେ ଗ୍ରାମର ଶତ୍ରୁ ମାଝୀ ଏବଂ କରୁଣା ଦେହୁରୀ ଚାଷ କାର୍ଯ୍ୟପାଇଁ ଯାଉଥିବା ବେଳେ ନିକଟ ଜଙ୍ଗଲ ଭିତରୁ ୨ଟି ଭାଲୁ ଆସି ଏମାନଙ୍କୁ ଆକ୍ରମଣ କରିଥିଲେ ।  ଗ୍ରାମବାସୀ ମାନେ ଏମାନଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଆସି ଉଦ୍ଧାର କରିଥିଲେ । ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣାର ଖବର ପାଇ ବନବିଭାଗ ପହଁଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.