ଓଡ଼ିଶା- ଛତିଶଗଡ଼ ସୀମାରେ ଏନକାଉଣ୍ଟର: ୨ ମହିଳାଙ୍କ ସମେତ ୧୬ ମାଓବାଦୀ ନିହତ

ନୂଆପଡା : ୧୬ ମାଓବାଦୀ ନିପାତ । ଓଡ଼ିଶା- ଛତିଶଗଡ଼ ସୀମାରେ ବଡ଼ ଧରଣର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ମହିଳା ମାଓବାଦୀଙ୍କ ସମେତ ୧୬ ମାଓବାଦୀ ନିହତ । ନୂଆପଡ଼ା ଓ ଗରିଆବନ୍ଦ ଜିଲ୍ଲା ସୀମା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ସର୍ଚ୍ଚ ଅପରେସନରେ AK-47, SLR, INSAS ଜବତ କରାଯାଇଛି। ବହୁ ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ନୂଆପଡ଼ା ଜିଲ୍ଲା ସୀମାଠାରୁ ୫ କିଲୋମିଟର ଦୂରରେ ଥିବା ଛତିଶଗଡ଼ର କୁଲରିଘାଟ ରିଜର୍ଭ ଫରେଷ୍ଟରେ ଗତ ୧୯ ତାରିଖ ରାତିରୁ ମାଓ ବିରୋଧୀ ବଡ଼ ଅଭିଯାନ ଚାଲିଛି ।
ମାଓବାଦୀମାନେ ଆଡ୍ଡା ଜମାଇଥିବା ଗୁଇନ୍ଦା ସୁଚାନା ମିଳିବା ପରେ ଓଡ଼ିଶା ପୋଲିସର ଏସଓଜି. ଛତିଶଗଡ଼ର E-30 ଫୋର୍ସ ଓ ସିଆରପିଏଫ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଏସଏଲଆର, ଆଇଡି ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଆଜି ଭୋରରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟରେ ୧୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ମୃତାହତ ଙ୍କ ସଂଖ୍ୟା ଆହୁରି ବଢିପାରେ । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
Read More: ପୋଲିସର ଏନକାଉଣ୍ଟରରେ ୧୨ ନକ୍ସଲ ନିପାତ, ସର୍ଚ୍ଚ ଅପରେସନ ଜାରି