ପାରାଦୀପ: ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଅଘଟଣ,ମାଛଧରା ଡଙ୍ଗା ବୁଡ଼ି ଦୁଇ ମତ୍ସ୍ୟଜୀବୀ ନିଖୋଜ

କେନ୍ୟୁଜ୍(ବ୍ୟୁରୋ):ମାଛଧରା ଡଙ୍ଗା ବୁଡ଼ି ଦୁଇ ମତ୍ସ୍ୟଜୀବୀ ନିଖୋଜ। ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଅଘଟଣ। ଦୁଇଦିନ ତଳେ ୭ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ଫେରୁଥିବା ବେଳେ ମୁହାଣ ନିକଟରେ ଅଧିକ ସାମୁଦ୍ରିକ କରେଣ୍ଟ ପ୍ରଭାବରେ ଉଚ୍ଚ ଢେଉ ମାଡରେ ଡଙ୍ଗାଟି ଓଲଟି ପଡିଥିଲା ।

ଫଳରେ ଡଙ୍ଗାରେ ଥିବା ସମସ୍ତ ୭ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ପଡ଼ିଯାଇଥିଲେ। ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗା ୫ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଏବେ ବି ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ସେମାନଙ୍କୁ ଅନ୍ୟ ମାଛଧରା ଡଙ୍ଗା ଓ କୋଷ୍ଟଗାର୍ଡ ଜାହାଜ ସାହାଯ୍ୟରେ ଖୋଜା ଯାଉଛି। ନିଖୋଜ ମତ୍ସ୍ୟଜୀବୀ ଷଣ୍ଢକୁଦ ବସ୍ତିର ଦାମଲ କାମରାଜୁ ଓ ସି ଏଚ ଦେଉଡୁ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.