ନୂଆଦିଲ୍ଲୀ: ଓଡ଼ିଶା ଭବନରେ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା, ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିଲେ ଏହି ଦୁଇ ସଂଗ୍ରାମୀ

ନୂଆଦିଲ୍ଲୀର ଓଡ଼ିଶା ଭବନରେ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା। ନୟାଗଡ଼ ଜିଲ୍ଲାର ୯୬ ବର୍ଷିୟ ସହଦେବ ବେହେରା ଓ ଯାଜପୁର ଜିଲ୍ଲାର ୯୦ ବର୍ଷିୟ ନୀଳମଣି ସାମଲଙ୍କୁ ଓଡ଼ିଶା ଭବନରେ ଓଡ଼ିଶା ସରକାରଙ୍କୁ ମୁଖ୍ୟ ଆବାସିକ କମିସନର ତୁହିନ କାନ୍ତ ପାଣ୍ଡେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଦୁଇ ସ୍ୱାଧିନତା ସଂଗ୍ରାମୀ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଆଟ୍‌ ହୋମ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ଏହି ଦୁଇ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିଲେ।