ନୃସିଂହନାଥ ସ୍ଥିତ କପିଳଧାରରେ ସେଲ୍ଫି ନେବା ବେଳେ ଖସିଗଲା ଗୋଡ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କେନ୍ଯୁଜ୍: ସାଙ୍ଗମେଳରେ ଖୁସି ହୋଇ ସେଲ୍ଫି ନେବା ବେଳେ ଘଟିଲା ଅଘଟଣ।  ଅସାବଧାନତା ଲାଗି ୨ ଜଣ ଯୁବକଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ସ୍ଥିତ କପିଳଧାରରେ ଆଜି ଏହି ଅଭାବନନୀୟ ଘଟଣା ଘଟିଛି। ମୃତକ ୨ ଜଣ ଯୁବକ ହେଉଛନ୍ତି ଝିପିକି ଗାଁର ପପୁ ମହାକୁର (୧୮) ଓ କ୍ଷୀରୋଦ ସୋନି (୨୦) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଝିପିକି ଗାଁର ପପୁ, କ୍ଷୀରୋଦ ଓ ସେମାନଙ୍କର ଅନ୍ୟ ଜଣେ ସାଙ୍ଗ ଅପରାହ୍ନରେ ନୃସିଂହନାଥସ୍ଥିତ କପିଳଧାରକୁ ଯାଇଥିଲେ। ଏହି ତିନି ଜଣ ଯୁବକ ନିଜ ଗାଁଠାରୁ ୧୫ କିଲୋମିଟର ବାଇକ୍‌ ଚଲାଇ ଝରଣା ନିକଟରେ ପହଂଚିଥିଲେ। କପିଳଧାରରେ ପହଂଚିବା ପରେ ସେଠାରେ ୨ ଜଣ ଝରଣା ନିକଟରେ ଥିବା ଏକ ବଡ଼ ପଥର ଉପରେ ଛିଡ଼ା ହୋଇ ସେଲ୍‌ଫି ନେବା ବେଳେ ଖସିପଡ଼ିଥିଲେ।

ତେବେ ଅନ୍ୟ ଯୁବକଙ୍କ ଠାରୁ ସୂଚନା ମିଳିବା ପରେ ପାଇକମାଲ ଦମକଳ ବାହିନୀ, ପୋଲିସ, ନୃସିଂହନାଥ ବନ କର୍ମଚାରୀ ଓ ମନ୍ଦିର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ୨ ମୃତଦେହକୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ନୃସିଂହନାଥ କପିଳଧାର ଝରଣାରେ ଯାତ୍ରୀମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.