ଅକାତ କାତ ପାଣିରେ ବୁଡ଼ି ଯାଉଥିଲେ ସ୍ୱାମୀ ସ୍ତ୍ରୀ ଓ ୯ମାସର କୁନି ଝିଅ , ସମସ୍ତଙ୍କୁ ବଞ୍ଚାଇଲେ ଦୁଇ ବନ୍ଧୁ

କେନ୍ଦ୍ରାପଡା ଜିଲ୍ଲା ଆଳିର ଗଡ଼ଗଡ଼ି ସେତୁ ଉପରୁ ଡେଇଁ ପଡ଼ିଥିଲେ ମା ସହ କୁନି ଶିଶୁ । ପରେ ପରେ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ମହିଳାଙ୍କ ସ୍ୱାମୀ ମଧ୍ୟ ନଦୀକୁ ଡେଇଁ ପଡ଼ିଲେ । ଏହା ଦେଖି ନଦୀ ବନ୍ଧ ନିକଟରେ ବସିଥିବା ଦୁଇ ବନ୍ଧୁ ବିରେନ ଓ ସୁଶାନ୍ତ ସାହସିକତା ଦେଖାଇ ତାଙ୍କ ପଛେ ପଛେ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁଥିଲେ । 

କେନ୍ଦ୍ରାପଡା : ସମୟ ଅପରାହ୍ନ ୧୨ଟା କି ସାଢ଼େ ୧୨ଟା ହେବ । ନଦୀ କୂଳରୁ ହଠାତ୍‌ ଶୁଭିଥିଲା ଶଦ୍ଦ । ପାଣି ଭିତରକୁ ଚାହିଁଲା ବେଳକୁ ଭାସୁଥିଲା ଦୁଇଟି ମୁଣ୍ଡ । କିନ୍ତୁ ଅକାତ କାତ ପାଣିରେ ବୁଡ଼ି ଯାଉଥିଲେ ସ୍ୱାମୀ, ସ୍ତ୍ରୀ ଓ ୯ମାସର କୁନି ଝିଅ । କୁନି ଝିଅ ସିନା ଦେଖାଯାଉ ନଥିଲା କିନ୍ତୁ ସେହି ନଦୀ ପାଣିରେ ମା’ ବାପା ସହ ବୁଡ଼ିଯାଇ ଅଚେତ୍‌ ହୋଇଯାଇଥିଲା । କ୍ଷଣକ ମଧ୍ୟରେ ଏହି ଦୃଶ୍ୟ ପାଖରେ ଉପସ୍ଥିତ ଥିବା ଲୋକଙ୍କୁ ବିଚଳିତ କରିଥିଲା । କିଏ କଣ କରିବେ କିଛି ଭାବିପାରି ନଥିଲେ । ଠିକ୍‌ ସେହି ସମୟରେ ଦେବଦୂତ ସାଜିଥିଲେ ଦୁଇବନ୍ଧୁ । ଜୀବନକୁ ପାଣି ଛଡ଼ାଇ ତିନି ତିନୋଟି ଜୀବନ ଉଦ୍ଧାର କରିବାକୁ ଆଗେଇ ଯାଇଥିଲେ ।

ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି । କେନ୍ଦ୍ରାପଡା ଜିଲ୍ଲା ଆଳିର ଗଡ଼ଗଡ଼ି ସେତୁ ଉପରୁ ଡେଇଁ ପଡ଼ିଥିଲେ ମା ସହ କୁନି ଶିଶୁ । ପରେ ପରେ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ମହିଳାଙ୍କ ସ୍ୱାମୀ ମଧ୍ୟ ନଦୀକୁ ଡେଇଁ ପଡ଼ିଲେ । ଏହା ଦେଖି ନଦୀ ବନ୍ଧ ନିକଟରେ ବସିଥିବା ଦୁଇ ବନ୍ଧୁ ବିରେନ ଓ ସୁଶାନ୍ତ ସାହସିକତା ଦେଖାଇ ତାଙ୍କ ପଛେ ପଛେ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁଥିଲେ ।

ତେବେ ପାରିବାରିକ କଳହକୁ ନେଇ ମହିଳା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । କିନ୍ତୁ ପ୍ରକୃତ କାରଣ କଣ ଜଣାପଡ଼ିନାହିଁ ? ତେବେ ପାଣି ଭିତରେ  ସ୍ୱାମୀ,ସ୍ତ୍ରୀ ଓ ଛୋଟ ଶିଶୁଟି ମରଣ ସହ ସଂଗ୍ରାମ କରୁଥିଲେ । ସେହି ସମୟରେ ଦୁଇବନ୍ଧୁ ସୁଶାନ୍ତ ମଳିକ ଓ ବିରେନ ରାଉତ ଖରସ୍ରୋତା ନଦୀକୂଳରେ ବସିଥିଲେ । ତିନିଜଣ ବୁଡ଼ି ଯାଉଥିବାର ଦେଖି କୂଳରେ ଥିବା ଏକ ମେସିନ ଚାଳିତ ଡଙ୍ଗା ନେଇ ସେମାନଙ୍କ ପାଖରେ ପହଞ୍ଚିଥିଲେ । ତତ୍‌କ୍ଷଣାନ୍ତ ପାଣିକୁ ଡେଇଁ ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଆଣି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ । ହୁଏତ ଠିକ ସମୟରେ ଦୁଇବନ୍ଧୁ ତିନି ଜଣଙ୍କୁ ଉଦ୍ଧାର ନକରିଥିଲେ ଆଜି କିଛି ବି ଅଘଟଣ ଘଟିଯାଇଥାନ୍ତା। ୩ ଜଣଙ୍କ ଜୀବନ ଚାଲିଯାଇ ଥାଆନ୍ତା ଏହି ଦୁଇବନ୍ଧୁଙ୍କ ସାହାସିକତାକୁ ନେଇ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି ।

You might also like