ଯାଜପୁର: ଗଞ୍ଜେଇ ଚୋରା ବ୍ୟବସାୟଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ

ଯାଜପୁର ଟାଉନ(କେନ୍ୟୁଜ୍): ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ଦୁଇ ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲା ଦୌରାଜଜ । ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଯାଜପୁର କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରି ଟିମସେନ ସାହୁ ଏବଂ ସୁରେନ୍ଦ୍ର ସାହୁଙ୍କ ଘରୁ ୫୫ କେଜି ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାର ବିଚାର କରି ୪ ଜଣ ସାକ୍ଷ୍ୟଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ଆଜି ଜିଲା ଦୌରାଜଜ ଉଭୟଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.