୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ

କଟକ(କେନ୍ୟୁଜ୍): କଟକ ଆଡ଼ହକ ଫାଷ୍ଟଟ୍ରାକ ପୋକସୋ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ମାମଲାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ। ଦୁଇ ଅଭିଯୁକ୍ତ ବ୍ରଜ କିଶୋର ଶତପଥି ଓ ନିମାଇଁ ମଣ୍ଡଳ କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ। ଜେଲଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ।

ଜରିମାନା ଅନାଦେୟ ଅଧିକ ୬-ମାସ ଜେଲଦଣ୍ଡ। ପୀଡିତାକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ନିର୍ଦ୍ଦେଶ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ। ୨୦୧୯ ମସିହାରେ ଚାଉଳିଗାଞ୍ଜ ଅଞ୍ଚଳରେ ଜଣେ ମନ୍ଦିର ପୂଜକ ଓ ଅନ୍ୟ ଜଣେ ପାନ ଦୋକାନୀ ନାବାଳିକା ସହିତ କରିଥିଲେ ଦୁଷ୍କର୍ମ। ୧୮ ଜଣ ସାକ୍ଷୀ ୩୬ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.