ମହାକାଳପଡ଼ାର ୨ ସାହସୀ ଝିଅଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ

ସବୁଠି ଏବେ ମହାକାଳପଡ଼ାର ୨ ସାହସୀ ଝିଅଙ୍କ ଚର୍ଚ୍ଚା । ମହାକାଳପଡ଼ା ନେପାଣିଆ ଡଙ୍ଗା ବୁଡ଼ି ଘଟଣାରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା ଗିରିଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେମାନଙ୍କ ସାହସକୁ ପ୍ରଶଂସା କରିଛନ୍ତି ନବୀନ । ପୂର୍ଣ୍ଣିମା ଓ ସବିତାଙ୍କ ପାଠପଢା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
ଗତ ବୁଧବାର ରାତିରେ ପିକନିକ ସାରି କୁଜଙ୍ଗ ଅଞ୍ଚଳର ପ୍ରାୟ ୫୦ ଜଣ ଲୋକ ଡଙ୍ଗାରେ ଫେରିବା ବେଳେ ହୁକିଟୋଲା ନିକଟରେ ଦୁର୍ଘଟଣା ଘଟିଥିଲା । ଡଙ୍ଗା ବୁଡ଼ି ବେଳେ କୁମ୍ଭୀର ଭୟକୁ ଖାତିର କରି ଜୁଆରିଆ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ଦୁଇ ଭଉଣୀ । ନିଜ ଜୀବନକୁ ପାଣି ଛଡ଼ାଇ ନଦୀ ଗର୍ଭରୁ କିଛି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ପୂର୍ଣ୍ଣିମା ଓ ସବିତା । ଆଗକୁ ଆହୁରି ଭଲ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପ୍ରେରଣା ଯୋଗାଇବା ବୋଲି ପୂର୍ଣ୍ଣିମା ଓ ସବିତା କହିଥିଲେ ।