ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ନବରଙ୍ଗପୁର : ପୋଖରୀରେ ବୁଡି ଦୁଇ ନାବାଳିକା ମୃତ l ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗାଁରେ ନିଜ ଘର ନିକଟସ୍ଥ ଏକ ପୋଖରୀ ରେ ଦୁଇ ନାବାଳିକା ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ବୁଢ଼ୀ ମୃତ୍ୟୁ ବରଣ କରିଛନ୍ତି l ମୃତକ ହେଲେ ଗାଁର ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (ବୟସ ୧୨) ଏବଂ ନନ୍ଦ ଭତ୍ରା ଙ୍କ ଝିଅ ମଞ୍ଜୁଳା ଭତ୍ରା (ବୟସ ୧୨) ବୋଲି ଜଣାପଡିଛି l ସ୍କୁଲରେ ଗୁରୁଦିବସ ପାଳନ କରି ସାରି ଫେରିବା ପରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ଦୁଇ ନାବାଳିକା l କୋଷଗୁମୁଡା ଅଗ୍ନିସମ ବିଭାଗ ଏବଂ ପୋଲିସ ପହଂଚି ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କୋଷାଗୁମୁଡା ଡାକ୍ତରଖାନା ପଠେଇଛି l