ଭୁଲବଶତଃ ଗୋଟିଏ ଲାଇନରେ ଦୁଇଟି ମାଲଗାଡ଼ି ଚାଲିଆସିଲା, ଦୁର୍ଘଟଣାରେ ଲୋକ ପାଇଲଟ ଓ ଅନ୍ୟ ରେଳ କର୍ମଚାରୀ ଗୁରୁତର

ରାଉରକେଲା(କେନ୍ୟୁଜ୍):  ଦୁଇ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା । ରାଉରକେଲା ବନ୍ଧମୁଣ୍ଡା ରେଳ ଲାଇନର କୁରକୁରା ଷ୍ଟେସନ ନିକଟରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ଭୁଲବଶତ ଦୁଇଟି ମାଲଗାଡ଼ି ଗୋଟିଏ ଲାଇନରେ ଆସିଯିବାରୁ ଏଭଳି ଅଘଟଣ ଘଟିଛି । ଦୁର୍ଘଟଣାରେ ଲୋକ ପାଇଲଟ ଓ ଅନ୍ୟ ରେଳ କର୍ମଚାରୀ ଗୁରୁତର ହୋଇଛନ୍ତି ।

train

ସୂଚନା ମୁତାବକ କୁରକୁରା ଷ୍ଟେସନରୁ ୩ନମ୍ବର ଲାଇନରେ ରାଞ୍ଚିକୁ ମାଲଗାଡ଼ି ଯାଉଥିଲା। ଏହି ସମୟରେ ରାଉରକେଲାରୁ ରାଞ୍ଚି ଯାଉଥିବା ଅନ୍ୟ ଏକ ମାଲଗାଡ଼ି ସିଗ୍‌ନାଲ ଭାଙ୍ଗି ୩ ନମ୍ବର ଲାଇନରେ ପଶିଯାଇଥିଲା । ଫଳରେ ଦୁଇ ମାଲଗାଡି ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଥିଲା । ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.